ସୋର: ଏକ ବିବାହ ଉତ୍ସବରେ ଡିଜେ ଏବଂ ଆଲୋକସଜ୍ଜା କାମ ସାରି ଘରକୁ ଫେରୁଥିବା ବେଳେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟାଟାଏସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲିକତିରଣ ଛକ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏଥିରେ ଯାତ୍ରା କରୁଥିବା ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତପୁର ଅଞ୍ଚଳର ଓଡ଼ଶାଳ ଏବଂ ଖରାସହାପୁର ଗ୍ରାମର କିଛି ଶ୍ରମିକ ଗତକାଲି ଏକ ବରଯାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଟାଟାଏସି ଯୋଗେ ଯାଇଥିଲେ। ରାତି ତମାମ କାମ ସାରି ଆଜି ସକାଳେ ନିଜ ଗାଁକୁ ଫେରୁଥିବା ସମୟରେ ବାଲିକତିରଣ ଛକ ନିକଟରେ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ଅନନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତେବେ ଅନନ୍ତପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ଶାଳ ଗ୍ରାମର ୫ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଗୁରୁତର ଆହତ ହୋଇଥିବା ଚିନ୍ମୟ ଦଳେଇ, ଦୀପକ ଦଳେଇ, ଦିବାନି ଶଙ୍କର ଜେନା, ଅଭିମନ୍ୟୁ ଦଳେଇ ଏବଂ ଅଜୟ ଜେନାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Related Posts
ଏଫ୍ଏମ୍ କଲେଜ HODଙ୍କ ବିରୋଧରେ ଅଶ୍ଳୀଳତାର ସାଂଘାତିକ ଅଭିଯୋଗ
ବାଲେଶ୍ୱର, ୨୯/୦୪: ବାଲେଶ୍ୱରର ପ୍ରତିଷ୍ଠିତ ଫକୀର ମୋହନ (ଏଫ୍ଏମ୍) ସ୍ୱୟଂଶାସିତ ମହାବିଦ୍ୟାଳୟ ପୁଣି ଥରେ ବିବାଦ ଘେରକୁ ଆସିଛି। ଜଣେ ଅଧ୍ୟାପକଙ୍କ କଳା କାରନାମା ଶିକ୍ଷାୟତନର ପବିତ୍ରତାକୁ କ୍ଷୁଣ୍ଣ କରିଥିବା ବେଳେ ଓଡ଼ିଆ ବିଭାଗର ମୁଖ୍ୟ (HOD) ସନ୍ତୋଷ…
୨୬ ବର୍ଷ ପରେ ଖୋଲିଲା ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ୍ ଫାଇଲ୍: ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଆରମ୍ଭ ହେଲା ସାକ୍ଷ୍ୟଗ୍ରହଣ
• ମୁଖ୍ୟ ସାକ୍ଷୀ ଦେଲେ ବୟାନ, ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର କରୁଛନ୍ତି ତଦାରଖ . ୧୯୯୯ର ବହୁଚର୍ଚ୍ଚିତ ଘଟଣା, ସାକ୍ଷୀ ତାଲିକାରେ ଅଛନ୍ତି ୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭୁବନେଶ୍ୱର, ୩୦।୦୪: ପ୍ରାୟ ତିନି ଦଶନ୍ଧି ତଳେ ସମଗ୍ର ଓଡ଼ିଶାରେ…
ରାତି ଅଧିଆ ଗାଁରେ ପଶିଲା ଦନ୍ତା: କେଦାରପୁର ପଞ୍ଚାୟତରେ କୋକୁଆ ଭୟ
ସୋର: ବିଳମ୍ବିତ ରାତିରେ ସୋର ଅନ୍ତର୍ଗତ କେଦାରପୁର ପଞ୍ଚାୟତରେ ଏକ ଦନ୍ତା ହାତୀର ପ୍ରବେଶକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ହଠାତ୍ କିଆରପୁର ଶାସନ ମଧ୍ୟରେ ଏହି ବିଶାଳକାୟ ହାତୀଟିକୁ ବୁଲୁଥିବାର ଦେଖି ଲୋକଙ୍କ ମଧ୍ୟରେ…
